ଦିନକର କଥା। ଜଣେ ପଣ୍ଡୀତ ବ୍ରାହ୍ମଣଙ୍କୁ ବହୁତ ଶୋଷ ଲାଗିଥିଲା , ସଂଯୋଗ ବସତଃ ତାଙ୍କ ଘରେ ଟିକେ ବି ପାଣୀ
ନଥିଲା । ସେଥିପାଇଁ ତାଙ୍କର ପତ୍ନୀ
ପଡୋଶୀଙ୍କ ଘରୁ ପାଣି ଆଣି ଦେଲେ । ପାଣି ପିଇସାରିବା ପରେ ପଣ୍ଡୀତ ପଚାରିଲେ…..
ପଣ୍ଡୀତ:- ପାଣି ବହୁତ ଥଣ୍ଡା ଥିଲା । କଉଁଠୁ ଆଣିଲ ?
ପତ୍ନୀ:- ଆମ ପୋଡଶୀ କୁମ୍ଭାର ଘରୁ ।
ଏହା ଶୁଣିବା ମାତ୍ରେ ହିଁ ପଣ୍ଡୀତ ଲୋଟା ଫିଙ୍ଗି ଦେଲେ ଓ ରାଗରେ ଜୋର୍ ଜୋର୍ ରେ ଚିଲେଇ କହିଲେ
ପଣ୍ଡୀତ:- ଆରେ ତୁ ତ ମୋର ଧର୍ମ ନଷ୍ଟ କରିଦେଲୁ । “”ଅଛୁଆଁ ଜାତି”” କୁମ୍ଭାର ଘରର ପାଣି ପିଆଇ ଦେଲୁ
ପତ୍ନୀ ଭୟରେ ଥରହର ହେବାକୁ ଲାଗିଲେ ଓ ସେ ତାଙ୍କୁ କ୍ଷମା ମାଗିଲେ । ପତ୍ନୀ କାନ୍ଦୀ କାନ୍ଦୀ କହିଲେ କି ମୋରଏମିତି ଭୁଲ୍ ଆଉ କେବେ ହେବନି ।
ସଂଧ୍ୟାରେ ପଣ୍ଡୀତ ଯେତେବେଳେ ଖାଇବାକୁ ବସିଲେ, ଘରେ ଖାଇବାକୁ କିଛି ବି ଖାଦ୍ୟ ନ ଥିଲା ।
ପଣ୍ଡୀତ:- ତୁମେ କଣ ରୁଟି ଆଉ ଭଜା ରାନ୍ଧୀନାହଁ ?
ପତ୍ନୀ :- ରାନ୍ଧୀଥିଲି । ହେଲେ ଫସଲ ଅମଳ କରିଥିବା କୃଷକ (ସାନ୍ତାଳ) ଓ କରେଇ ବନେଇଥିବା କମାର ଦୁଇଜଣ ଯାକ “ଅଛୁଆଁ ଜାତି” ଥିଲେ , ତେଣୁ ମୁଁ ସେ ସବୁକୁ ଫିଙ୍ଗିଦେଲି ।
ପଣ୍ଡୀତ:- ତୁ ପାଗଳି ହୋଇଗଲୁ କି ? ଫସଲ ଓ କଡେଇ ରେ କଣ ଛଅଁତା ଲାଗେ କି?
ଏହା ପରେ ପଣ୍ଡୀତ କହିଲେ:- ମୋ ପାଇଁ ଗୋଟେ ଗ୍ଲାସ୍ ପାଣି ଆଣ ।
ପତ୍ନୀ:- ପାଣି ତ ନାହିଁ ।
ପଣ୍ଡୀତ:- କାହିଁକି ? ଘରେ ମାଠିଆ ନାହିଁକି?
ପତ୍ନୀ:- ମୁଁ ତ ତାକୁ ଫୋପାଡି ଦେଇଛି। କାରଣ ଏହା କୁମ୍ଭାର ବନେଇ ଥିଲା ।
ପଣ୍ଡୀତ:- ତେବେ ଗୋଟେ ଗ୍ଲାସ୍ କ୍ଷୀର ହିଁ ନେଇଆସ, ପିଇଦେବି ।
ପତ୍ନୀ:- କ୍ଷୀର ବି ଫିଙ୍ଗି ଦେଇଛି , କାରଣ ଗାଈ ଦୁହିଁଥିବା ଗଉଡ “”ଅଛୁଆଁ ଜାତି”” ର ଥିଲା ।
ପଣ୍ଡୀତ :-ଚିଲେଇକି
କହିଲେ, ତୁ ଏଡେ ମୂର୍ଖ , କ୍ଷୀରରେ ଛଅଁତା ଲାଗେ ନାହିଁ ବୋଲି ତୁ କଣ ଜାଣିନୁ ।
ପତ୍ନୀ:- ଏ କେମିତିକା ଛଅଁତା, ଯାହା କ୍ଷୀରରେ ଲାଗିବନୀ ହେଲେ ପାଣିରେ ଲାଗିବ !!
ପଣ୍ଡୀତ:- ଯାହା ହେଲା ହେଲା , ଏବେ ଯାଇ ଅଗଣାରେ ଖଟ ପକେଇ ଦିଅ , ମୋତେ ନିଦ ଲାଗିଲାଣି ।
ପତ୍ନୀ!!!!!!!:- ଖଟ!!!!! !!!! ମୁଁ ତ ତାକୁ ଭାଙ୍ଗି ଦେଇଛି । କାରଣ ଏହାକୁ ଜଣେ ବଢେଇ “”ଅଛୁଆଁ ଜାତି”” ବନେଇଥିଲା ।
ପଣ୍ଡୀତ ରାଗରେ ଚିଲେଇ କହିଲେ:- ସେହି ଫୁଲହାର ଟି ଆଣ , ଭଗବାନଙ୍କୁ ଚଢେଇବି । ସେ ତୋର ବୁଦ୍ଧୀକୁ ଠିକଣାରେ ଲଗେଇବେ ।
ପତ୍ନୀ:- ଫୁଲହାର ତ ମୁଁ ଫିଙ୍ଗି ଦେଇଛି । କାରଣ ଏହାକୁ ଜଣେ “”ଅଛୁଆଁ ଜାତି”” ମାଳି ବନେଇଥିଲା ।
ପଣ୍ଡୀତ:- ରାଗରେ ଚିଲେଇ କହିଲେ, ଏଇ ଘରେ ଆଉ କିଛି ଅଛି କି ନାହିଁ , ସବୁଥିରେ ନିଆଁ
ଲଗେଇ ଦେ ।
ପତ୍ନୀ:- ହଁ, କେବଳ ଏହି ଘରଟି ବାକିଅଛି ଭାଙ୍ଗିବା ପାଇଁ । ଏହାକୁ ବି “”ଅଛୁଆଁ ଜାତି”” ଦୀନ ମଜୁରିଆ ବନେଇଥିଲାନା ।
ପଣ୍ଡୀତଙ୍କ ପାଖରେ କୌଣସୀ ଉତ୍ତର ନ ଥିଲା ।
ତାଙ୍କର ଅକଲ ଠିକଣା ଜାଗାରେ ଲାଗିଯାଇଥିଲା ।
ବାକି ଲୋକଙ୍କର ବି ଲାଗିଯିବ….
କେବଳ ଆପଣମାନେ ଏଇ ମେସେଜ୍ କୁ ଆଗକୁ ଫର୍ୱାଡ କରନ୍ତୁ ।
ହୋଇପାରେ ଆମ ସମାଜରୁ ଜାତିଆଣ ଭେଦଭାବ ସମ୍ପୂର୍ଣ ରୂପେ ସମାପ୍ତ ହୋଇଯିବ ।
ଗୋଟିଏ ପାଦ ଆଗକୁ ବଢାଇ ଦେଖନ୍ତୁ….!!!
ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ଆମେ
ସମସ୍ତେ ମାଲିକର ସନ୍ତାନ, ତେଣୁ
ମନରୁ ଘୃଣାଭାବ ଦୂର କରି ସମସ୍ତଙ୍କୁ
ଭଲପାଇବା ବାଣ୍ଟନ୍ତୁ