ଏକଦା ଭଗବାନ ବିଷ୍ଣୁ ଗରୁଡ ଉପରେ ବିଜେ କରି ଭୋଳାଶଙ୍କରଙ୍କ ଦର୍ଶନ ନିମନ୍ତେ କୈଳାଶ ଅଭିମୁଖେ ଯାତ୍ରା କଲେ । କୈଳାଶର ଦ୍ବାର ଦେଶରେ ପହଞ୍ଚି ଗରୁଡକୁ ଅପେକ୍ଷ୍ୟା କରିବାକୁ କହି ସ୍ବୟଂ ବିଷ୍ଣୁ ଭୋଳାଶଙ୍କରଙ୍କୁ ଦର୍ଶନ କରିବାକୁ ଭିତରକୁ ଗଲେ । ଗରୁଡ କୈଳାଶ ପର୍ବତର ପ୍ରାକୁତିକ ସୌନ୍ଦର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇଗଲେ । ହଠାତ୍ ଏକ ଛୋଟ ଖୁବ୍ ସୁନ୍ଦର ପକ୍ଷୀ ଉପରେ ତାଙ୍କ ନଜର ପଡିଲା । ପକ୍ଷୀଟି ଏତେ ସୁନ୍ଦର ଥିଲା ଯେ ଗରୁଡଙ୍କ ସମସ୍ତ ବିଚାର ଶକ୍ତି ତା ଆଡକୁ ଆକର୍ଷିତ କଲା ।ଠିକ୍ ଏହି ସମୟରେ ଯମରାଜ କୈଳାଶରେ ପହଞ୍ଚିଲେ ଓ ଭିତରକୁ ଯିବା ପୂର୍ବରୁ ଏକ ପ୍ରକାର ଆଶ୍ଚର୍ଯ୍ୟ ଦୃଷ୍ଟିରେ ପକ୍ଷୀକୁ ଚାହିଁଲେ ।
ଗରୁଡ ବୁଝି ପାରିଲେ ଯେ ପକ୍ଷୀଟିର ଶେଷ ସମୟ ଆସି ଯାଇଛି । ଯମରାଜ ଫେରିବା ସମୟରେ ନିଶ୍ଚିତ ରୁପେ ପକ୍ଷୀକୁ ନିଜ ସାଥିରେ ଯମଲୋକ ନେଇଯିବେ । ଏପରି ଏକ ସୁନ୍ଦର ପକ୍ଷୀ ଉପରେ ଗରୁଡଙ୍କ ଦୟାଭାବ ଜାଗ୍ରତ ହେଲା । ତେଣୁ ସେ ପକ୍ଷୀଟିକୁ ନିଜ ପଞ୍ଜାରେ ଧରିଲେ ଓ କୈଳାଶ ଠାରୁ ହଜାର କୋଶ ଦୂରରେ ଜଙ୍ଗଲ ଭିତରେ ଥିବା ଏକ ପଥର ଉପରେ ଛାଡି, ସ୍ବୟଂ କୈଳାଶକୁ ଫେରି ଆସିଲେ ।
ଯେତେବେଳେ ଯମରାଜ ବାହାରକୁ ଆସିଲେ ଗରୁଡ ପଚାରିଲେ “”ଆପଣ ସେ କ୍ଷୁଦ୍ର ସୁନ୍ଦର ପକ୍ଷୀଟିକୁ କାହିଁକି ଆଶ୍ଚର୍ଯ୍ୟଭରା ନଜରରେ ଚାହିଁଥିଲେ ? ଯମରାଜ କହିଲେ ମୁଁ ଏହି ପକ୍ଷୀକୁ ଦେଖିବା ମାତ୍ରେ ମୋର ମନେପଡିଲା କିଛିକ୍ଷଣ ମଧ୍ୟରେ ଏହି ପକ୍ଷୀଟି ହଜାର କୋଶ ଦୂରରେ ଏକ ନାଗର ଭୋଜନର ଶୀକାର ହେବ । ସେତେବେଳେ ପକ୍ଷୀକୁ ଦେଖି ମୁଁ ଭାବୁଥିଲି ଏତେ ଦୂର ପକ୍ଷୀଟି ଯିବ କିପରି ?
ପକ୍ଷୀଟି ଏବେ ଏଠାରେ ନାହିଁ, ଅର୍ଥାତ୍ ମୁଁ ନିଶ୍ଚିତ ଯେ ତାର ମୃତ୍ୟୁ ହୋଇସାରିଥିବ । ଗରୁଡ ବୁଝି ସାରିଥିଲେ ମୃତ୍ୟୁକୁ କେହି ଟାଳି ପାରିବେ ନାହିଁ, ଯେତେ ଯାହା ଚତୁରତା କଲେ ବି ମୃତ୍ୟୁ ଏକାନ୍ତ ସତ୍ୟ ।
ସେଥିପାଇଁ ଭଗବାନ କୃଷ୍ଣ କହନ୍ତି-:
ତୁମେ ତାହା କର ଯାହା ତୁମେ ଚାହଁ,
କିନ୍ତୁ ଘଟେ ଯାହା ମୁଁ ଚାହେଁ ।
ତୁମେ ତାହା କର ଯାହା ମୁଁ ଚାହେଁ,
ଘଟିବ ଯାହା ତୁମେ ଚାହିଁବ ।
ଜୀବନର କିଛି ସତ୍ୟ-:
୧-: କିଛି ଫରକ ପଡିବ ନାହିଁ ଆପଣ କେତେ ସୁନ୍ଦର/ ସୁନ୍ଦରୀ?
କାହିଁକି ନା i)ଗରିଲ୍ଲା ଅସୁନ୍ଦର ହୋଇ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥାଏ ।
ii )ସୁନ୍ଦର ବାହ୍ୟ ଆବରଣ ତଳେ, ଖାଲି ରକ୍ତ, ମଳ, ମୂତ୍ର, ମେଦ, କ୍ଳେଦ ର ଗନ୍ତାଘର ଏ ଶରୀର।
୨-: କିଛି ଫରକ ପଡିବ ନାହିଁ ଆପଣ କେତେ ଶକ୍ତିଶାଳୀ ଓ ଶରୀର କେତେ ବିଶାଳ ?
କାହିଁକି ନା ମୃତ୍ୟୁ ପରେ ନିଜେ ନିଜକୁ ଉଠାଇ କେହି
ଶ୍ମଶାନ ପର୍ଯ୍ୟନ୍ତ ନେଇ ପାରିବ ନାହିଁ ।
୩-: ଆପଣ କେତେ ଲମ୍ବା ହୁଅନ୍ତୁ ନା କାହିଁକି ଆସନ୍ତାକାଲିକୁ କେବେ ଦେଖି ପାରିବ ନାହିଁ ।
୪-: କିଛି ଫରକ ପଡିବ ନାହିଁ ଆପଣଙ୍କ ତ୍ବଚା କେତେ ଗୋରା ଓ ସଫା,ଚିକ୍କଣ ଆଉ ମୁଲାୟମ୍।
କାହିଁକି ନା ଯାହା ହେଲେ ବି ଆପଣଙ୍କୁ ଅନ୍ଧାରରେ ଆଲୋକର ଆବଶ୍ୟକତା ପଡିବ ।
୫-: କିଛି ଫରକ ପଡିବ ନାହିଁ ଆପଣ କେତେ ଧନୀ ଓ ଆପଣଙ୍କ ପାଖରେ କେତେ ଗାଡି ଘୋଡା ଅଛି ?
କାହିଁକି ନା ଗାଧୁଆ ଘରକୁ ଆପଣ ପାଦରେ ଚାଲି ଚାଲି ଯିବା ଆସିବା କରିବେ ।
ସେଥିପାଇଁ ନିଜକୁ ସମ୍ଭାଳି
ଖୁସିରେ ଖୁସିରେ ଜୀବନ ବିତାନ୍ତୁ ।
ନିଜେ ହସନ୍ତୁ ଓ ଅନ୍ୟକୁ ହସାନ୍ତୁ ।
ନିଜେ ବଞ୍ଚିବା ସହ ଅନ୍ୟକୁ
ବଞ୍ଚିବାର ସୁଯୋଗ ଦିଅନ୍ତୁ ।
ଜୀବନର ଅସ୍ଥିତ୍ବ ସୀମିତ ଅଟେ ।
କେତେବେଳେ ଚାଲିଯିବ…
ଆମେ ନିଜେ ବି ଜାଣି ପାରିବା ନାହିଁ ।
ସେଥିପାଇଁ କହିଛନ୍ତି ……
ମହୀରେ ଥିଵୁ ଯେତେଦିନ,
ଆନନ୍ଦେ କାଟ ତୁ ଜୀବନ ।।