ମା

ମା

ଗୋଟେ ଯୁବକର ପିତାଙ୍କ ମୃତ୍ୟୁ ପରେ ସେ ତାର ମା’କୁ ଏକ ବୃଦ୍ଧାଶ୍ରମରେ ଛାତି ଆସିଲା । ଯୁବକଟି ସମୟେ ସମୟେ ବୃଦ୍ଧାଶ୍ରମକୁ ଯାଇ ମା’ର ଭଲମନ୍ଦ ବୁଝେ | କିନ୍ତୁ କେବେ ବି ତାର ମା କୌଣସି ଆବଶ୍ୟକତା ବିଷୟରେ ଅଭିଯୋଗ କରି ନାହାନ୍ତି । ହଠାତ ଦିନେ ବୃଦ୍ଧାଶ୍ରମରୁ ଫୋନ୍, ଆସିଲା ତୁମ ମା ଆଉ ବଞ୍ଚିବେ ନାହିଁ, ଶିଘ୍ର ଆସି ଦେଖା କର ।

ଯୁବକ ବୃଦ୍ଧାଶ୍ରମରେ ପହଞ୍ଚି ଦେଖିଲା ତାର ମା ମୃତ୍ୟୁ ସହ ଲଢେଇ କରୁଛି । ମାର ମୃତ୍ୟୁ ସମୟ ପାଖେଇ ଆସିବା ଦେଖି ଯୁବକ ପଚାରିଲା। ମା’ ତୋର କିଛି ଶେଷ ଇଛା ଅଛି କି ? ମା କହିଲେ ଧାନରେ ଏହି ଘରେ ଗୋଟିଏ ପଙ୍ଖା ଲଗାଇ ଦେ | ଏହା ମୋର ଶେଷ ଇଚ୍ଛା । ଯୁବକ ପଚାରିଲା ମା କେବେ ବି କାହିଁ କହିଲୁନି ଏଠାରେ ପଙ୍ଖ ନାହିଁ । ଆଜି ଜୀବନର ଶେଷ ସମୟରେ ପରମ୍ପର କଣ ଆବଶ୍ୟକତା ହେଲା ?

ମା କହିଲେ ମୁଁ ଦୁଃଖେ କୋଷ୍ଟ ଚଳି ଗଲି । କିନ୍ତୁ ଯେତେବେଳେ ତୋ ପୁଅ ତୋତେ ଆଣି ଆଶ୍ରମରେ ଛାଡିବ, ଆଉ ତୁ; ଏୟାର କଣ୍ଡିସନ ଗୁମ୍ ଛାଡି ଏ ଗରମରେ ରହିବୁ କିପରି ? ସେତେବେଳେ ମୁଁ ସ୍ୱର୍ଗରେ ଥିଲେ ବି ତୋ କଷ୍ଟ ଦେଖି ପାରିବିନି । ମୁଁ ପରା ତୋର ମା । ତୋତେ ଦୁଃଖ କଷ୍ଟ ହେଉଥିବ, ମୁଁ ଏସବୁ କିପରି ସହି ପାରିବି ?

ସମାଜର ଦର୍ପଣ

Leave a Reply